ଦୃଷ୍ଟି ବ୍ୟୁରୋ : ଆଜି ହେଉଛି ପବିତ୍ର ଦେବଦୀପାବଳିର ତୃତୀୟ ତଥା ଅନ୍ତିମ ଦିନ । ଆଜିର ଦିନରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତି । ଆଜି ଦେପଦୀପାବଳୀର ଶେଷଦିନରେ ମହାପ୍ରଭୁ କୃଷ୍ଣ ଅବତାରରେ ପିତା ମାତା ରୂପେ ପାଇଥିବା ଦେବକୀ ବସୁଦେବ, ପାଳିତ ହୋଉଥିବା ପିତାମାତା ନନ୍ଦ, ଯଶୋଦା ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଦୀପଦାନ ଶ୍ରାଦ୍ଧ ଅର୍ପଣ କରିବାର ରହିଛି ପରମ୍ପରା ।

ସଂନ୍ଧ୍ୟା ଧୂପପରେ ମହାପ୍ରଭୁଙ୍କର ଏହି ଶ୍ରାଦ୍ଧ ଅର୍ପଣର ପରମ୍ପରା ରହିଆସିଛି । ସ୍ୱତନ୍ତ୍ର କାଶୀଧଡିଆ ବସ୍ତ୍ରରେ ଭୁଷିତ ହୋଇ ଶ୍ରାଦ୍ଧବେଶରେ ଭୁଷିତ ହୁଅନ୍ତି ମହାପଭୁ । ଦେବ ଦୀପାବଳୀର ତିନି ଦିନରେ ତିନି ଅବତାରର ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରୁଛନ୍ତି ମହାପ୍ରଭୁ । ସେପଟେ ଏହିତିନି ଦିନ ବିଭିନ୍ନ ଅନୁଷ୍ଠାନ ତରଫରୁ ସିଂହଦ୍ୱାର ଏବଂ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଦୀପଦାନ କରାଯାଉଛି ।