ଭୁବନେଶ୍ୱର: ନବଦାସ ହତ୍ୟା ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା। ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉତ୍ତରରେ ରହୁନାହିଁ ତାଳମେଳ। ମୁଖ୍ୟମନ୍ତ୍ରୀ ଗୃହକୁ ମିସଲିଡ୍ କରୁଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ତଥ୍ୟ ତାଳମେଳ ନ ଥିବା କହି ବିଜେଡି ସୁପ୍ରିମୋଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ୍। ବିଜେଡି ରଖିଲା ଜବାବ। ଗୃହକୁ ମିସ ଲିଡିଙ୍ଗର ତଥ୍ୟ ରଖିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ନାଁରେସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ସେ କହିଛନ୍ତି ନବ ଦାସ ହତ୍ୟା ଘଟଣାରେ ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ମିସ ଲିଡିଙ୍ଗ ତଥ୍ୟ ରହିଛି, କୋର୍ଟ ମନିଟର୍ଡ ତଦନ୍ତ, ଜେପି ଦାସଙ୍କ ଦ୍ବାରା ନିଯୁକ୍ତି ଏକ ଜୁଡିସିଆଲ ଅର୍ଡର ନୁହେଁ କିନ୍ତୁ ଉତ୍ତର ପ୍ରଦେଶର ଖେରୀ ଘଟଣାକୁ ପ୍ରିସିଡେନ୍ସ ଭାବେ ନିଆଯାଇଛି | ଖେରୀ ଘଟଣା ଜୁଡିସିଆଲ ଅର୍ଡର ଥିଲା କିନ୍ତୁ ଜେପି ଦାସ ନିଯୁକ୍ତି ଜୁଡିସିଆଲ ଅର୍ଡର ନଥିଲା । ତେଣୁ ଗୃହକୁ ମିସ ଲିଡ଼ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ନରସିଂହ। ସେହିପରି ବିରୋଧୀ ଦଳ ନେତା କହିଛନ୍ତି ନବ ଦାସ ଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ରେ ମୁଖ୍ୟମନ୍ତ୍ରୀ ଗୃହ କୁ ଠିକ ତଥ୍ୟ ଦେଇ ନାହାନ୍ତି । ସରକାରଙ୍କ ଉତ୍ତର ଉତ୍ତର ମଧ୍ୟରେ ସାମଞ୍ଜସ୍ୟ ରହୁନି । ଷଡ଼ଯନ୍ତ୍ର କଣ ରହିଛି ସେଇଟା ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ରେ ନଥିବା ବେଳେ ଗୃହ ରାଷ୍ଟ୍ର ମନ୍ତ୍ରୀ ତାଙ୍କ ଉତ୍ତର ରେ ଷଡ଼ଯନ୍ତ୍ର କଥା ଉଲ୍ଲେଖ କରିଛନ୍ତି । କିନ୍ତୁ ଲଗା ଯାଇଥିବା ଦଫାରେ ଷଡ଼ଯନ୍ତ୍ର କଥା ଉଲ୍ଲେଖ ନାହିଁ ।
ସେପଟେ ବିଜେଡି କହିଛି ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଚାଲିଛି ଏବେଠାରୁ ଅକାଳନ କରିବା ଷ୍ଟୋରୀ କହିବା ସମିଚୀନ ନୁହେଁ | ପ୍ରଥମେ ବିରୋଧୀ କ୍ଷମା ମାଗନ୍ତୁ, ହାଇକୋର୍ଟ ଅର୍ଡରର ଅସମ୍ମାନ କରିଥିବାରୁ ସେଥିପାଇଁ ସେ ଗୃହକୁ ଏବଂ ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ | ବାଚସ୍ପତି କହିଥିଲେ ସ୍ବାଧିକାର ଭଙ୍ଗ ଉପରେ ନୋଟିସ ପାଇଛି ଏବଂ ତାକୁ ଅନୁଧ୍ୟାନ କରାଯାଉଛି । ଏହା ଭିତରେ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ଆଜି ଶୁଣାଣୀ କରାଯାଇଛି।