ଆମ୍ ଆଦମୀ ପାର୍ଟି ପକ୍ଷରୁ ଆରମ୍ଭ କରାଗଲା ବିଜୁଳି ଆମ ଅଧିକାର କ୍ୟାମ୍ପେନ୍

ପୁରୀ ରେ ଗରିବ ଲୋକଙ୍କୁ ଶୋଷଣ କରୁଛି ସରକାର । ବେସରକାରୀ କମ୍ପାନୀ କୁ ଆଗରେ ରଖି ଖରାଦିନେ ବିଜୁଳି କାଟ କରି ବିଜେଡି ସରକାର ଲୋକଙ୍କୁ ନାହିଁ ନଥିବା ହଇରାଣ କରୁଛନ୍ତି । ଆମ୍ ଆଦମୀ ପାର୍ଟି ତରଫରୁ କିଛି ମାସ ପୂର୍ବରୁ ପୁରୀ ରେ ଲଗାତାର ଆନ୍ଦୋଳନ ହୋଇଥିଲା । ଅତିକମ୍ ରେ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଦାବି କରି ଆସୁଛି ଆପ୍ କିନ୍ତୁ ସରକାର କୌଣସି ପ୍ରକାର ପଦକ୍ଷେପ ନେଉନଥିବା ବେଳେ ବାକିଥିବା ବିଜୁଳି ବିଲ୍ ଆଳରେ ପୁରୀ ସହରରେ ଅସହାୟ ଲୋକ ଙ୍କ ବିଜୁଳି କାଟ କରୁଛନ୍ତି । ବାରମ୍ବାର ବିଜୁଳି ଦର ବଢିବାରୁ ଲୋକ ମାନଙ୍କୁ ବର୍ଦ୍ଧିତ ଦର ଦେବା ରେ ସକ୍ଷମ ହେଉନାହାନ୍ତି । ପୁରୀ ର ବିଜୁଳି ସମସ୍ୟା ବିଷୟରେ ବାରମ୍ବାର ଅଭିଯୋଗ ଆମ୍ ଆଦମୀ ପାର୍ଟି କୁ ଆସୁଛି । ଏହିଭଳି ଏକ ଅଭିଯୋଗ ୦୯ନମ୍ବର ୱାର୍ଡ ରୁ ମୀନା ଦେଇଙ୍କ ର ଆସିଥିଲା । କରୋନା ଏବଂ ଘରେ କେହି ପୁରୁଷ ରୋଜଗାରିଆ ମଣିଷ ନଥିବା ଯୋଗୁ ବିଜୁଳି ବିଲ ଦେବା ରେ ସକ୍ଷମ ନଥିଲେ । ଅଧିକ ବିଲ ଯୋଗୁ କିଛି କିଛି ମାସକୁ ବିଲ ଦଉଥିଲେ ମଧ୍ୟ ତାଙ୍କର ବିଜୁଳି କାଟ କରିଦିଆଯାଇଛି । ଆମ୍ ଆଦମୀ ପାର୍ଟି ବିଜୁଳି ଆମ ଅଧିକାର କ୍ୟାମ୍ପେନ୍ ମାଧ୍ୟମରେ ସେହି ଅସହାୟ ପରିବାର ର ବିଜୁଳି ପୁରୀ ଯୁବ ସଭାପତି ଅଂଶୁମାନ ଶତପଥୀଙ୍କ ନେତୃତ୍ୱରେ ଆପ୍ ଦ୍ଵାରା ସଂଯୋଗ କରାଯାଇଛି । ଆଜି ଆମ୍ ଆଦମୀ ପାର୍ଟି ଆହ୍ଵାନ କରୁଛି ପୁରୀ ଜିଲ୍ଲା ବାସୀଙ୍କୁ ଯଦି କୌଣସି ଅସହାୟ ଲୋକଙ୍କ ବିଜୁଳି କାଟ କରାଯାଉଛି ସେଠି ବିରୋଧ କରାଯାଉ ଏବଂ ଆମ୍ ଆଦମୀ ପାର୍ଟି ର ହସ୍ତକ୍ଷେପ ହେଲେ ଆମେ ସେ ଘର ର ବିଜୁଳି ସଂଯୋଗ କରିବୁ । ଆଜି ଠୁ ପୁରୀ ରେ ବିଜୁଳି ଆମ ଅଧିକାର କ୍ୟାମ୍ପେନ୍ ଆରମ୍ଭ କରାଗଲା ।
ଏହି ପ୍ରେସ କନଫରେନ୍ସ ରେ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି, ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ପୁରୀ ପୌରପାଳିକା ଅଧକ୍ଷ ରାକେଶ ନନ୍ଦ ଆଦି ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *