ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ହୋଟେଲ ହାଲିଡେ ରିସର୍ଟ ପରିସରରେ ଶ୍ରୀ ମନ୍ଦିରସ୍ଥ ବିଜେ ପ୍ରତିମା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଥାନ ରୁ ଗବେଷକ, ପଣ୍ଡିତ ଏବଂ ଶ୍ରୀ ମନ୍ଦିର ର ସେବାୟତ ମାନେ ଯୋଗ ଦେଇଥିଲେ l ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କରୁଣା, ମହିମା ଏବଂ ଶ୍ରୀ ମନ୍ଦିର ରେ ଦୈନ ଦିନ ନୀତି କାନ୍ତି ଉପରେ ବିଶେଷ ଆଲୋଚନା କରାଯାଇଥିଲା l ଶ୍ରୀ ମନ୍ଦିର ରେମହାପ୍ରଭୁ ଙ୍କ ପ୍ରତିନିଧି ଭବେ ବିଭିନ୍ନ ଚଳନ୍ତି ପ୍ରତିମା ରହିଛନ୍ତି l ଅନେକ ସମୟରେ ସାଗର ବିଜେ ନୀତି ରେ ସାଗର ନାରାୟଣ, ଦୋଳ ପୁର୍ଣିମା ରେ ଦୋଳଗୋବିନ୍ଦ ଏବଂ ଚାପ ରେ ମଧୁସୂଦନ ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଜେ ପ୍ରତିମା ରୂପେ ପୂଜା ପାଆନ୍ତି l ଆଜି ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠା ପକ୍ଷରୁ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ ହେବା ସହ ଶ୍ରୀ ମନ୍ଦିରସ୍ଥ ବିଜେ ପ୍ରତିମା ଙ୍କ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଛି l