ରଥଯାତ୍ରା ବ୍ୟାରିକେଡ଼ ପାଇଁ ବଡଦାଣ୍ଡ ରେ ଗାତ ଏବେ ମରଣଯନ୍ତା |

ଶେଷ ହୋଇଛି ରଥଯାତ୍ରା | ନୀତି ବିଭ୍ରାଟ ,ଇନରକଡନ ଭିତରେ ଓ ରଥ ଉପରେ ଅଣସେବକ ମାନଙ୍କ ଉପସ୍ଥିତି , ଗୋଟିଏ ଦିନରେ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିନ ପାରିବା ,ରାତିରେ ରଥଟଣା ,ଦିନରେ ସନ୍ଧ୍ୟା ଦର୍ଶନ ,ଅଧିକ ଲୋକ ଓ ତାଳମେଳର ଅଭାବ କାରଣରୁ ପହଣ୍ଡି ସମୟରେ ମହାପ୍ରଭୁ ବାରମ୍ବାର ଝୁଙ୍କି ପଡିବା,ଅଘୋଷିତ ବିଦ୍ୟୁତକାଟ , ପୌରସଂସ୍ଥା ଓ ଠିକାସଂସ୍ଥା ଙ୍କ ପରିମଳ ବ୍ୟବସ୍ଥା ବିଫଳ ହୋଇଥିବା ବେଳେ ସ୍ୱେଚ୍ଛାସେବୀଙ୍କ ସହାୟତା , ବିଭିନ୍ନ ସ୍ବେଛାସେବୀ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ସେବା ପ୍ରଦାନ ,ପୁରୀ ବାସିନ୍ଦା ଙ୍କ ନିମନ୍ତେ ଟ୍ରାଫିକ ଅବ୍ୟବସ୍ଥା ,ଖୋଦ ଡାକ୍ତରଖାନା ବାରଣ୍ଡା ରେ ଚିକିତ୍ସା କୁ ଅପେକ୍ଷା କରି ନରେନ୍ଦ୍ର କୋଣର ଉପେନ୍ଦ୍ର ମହାପାତ୍ର ଙ୍କ ଦୁଃଖର ମୃତ୍ୟୁ ,ଅପମିଶ୍ରିତ ଓ ବାସି ଖାଦ୍ୟ ର କଡାକଡି ଯାଞ୍ଚ ସେପରି ନହେବା ,ବାହୁଡା ଦିନ ତାଳଧ୍ୱଜ ଙ୍କ ଦଉଡିଛିଣ୍ଡିବାରେ ଭୋଇସେବକ ନକୁଳ ଭୋଇ ଙ୍କ ମୃତ୍ୟୁ ଓ ଅନ୍ୟ ଆହତ ଯାତ୍ରୀ ମାନଙ୍କ ବିଷୟରେ ଖବର ନ ମିଳିବା ,ସନ୍ଧ୍ୟାଦର୍ଶନ ଦିନ ଗୁଣ୍ଡିଚାଘରେ ଠେଲାପେଲାରେ ଭକ୍ତଙ୍କ ମୃତ୍ୟୁ , ଆଡ଼ପ ପହଣ୍ଡି ଦିନ ଗୋଟିଏ କୋଠରୀ ଉପରେ ମାଲିକାନା ଜାହିର କରି ଦଇତା ଓ ପତି ସେବକଙ୍କ ମଧ୍ୟରେ ବିବାଦ ପାଇଁ ଦତ୍ତମହାପାତ୍ର ଙ୍କ ପେଟରା ସମ୍ପୃକ୍ତ କୋଠରୀରେ ବାହାରି ନପାରିବା କାରଣରୁ ବନକଲାଗି ପାଇଁ ଚତୁର୍ଦ୍ଧାମୂର୍ତ୍ତି ରାତିସାରା ଅନିଦ୍ରା ରହିବା , ସହରର ବହୁ ସ୍ଥାନରେ ବେଆଇନ ପାର୍କିଙ୍ଗ ଖୋଲିବା , ଶ୍ରୀମନ୍ଦିର ର ବାହାରେ ଶ୍ରୀମହାପ୍ରସାଦ ରନ୍ଧନ ର ପର୍ଦାଫାଶ ଭଳି ବହୁ ଅବ୍ୟବସ୍ଥା କାରଣରୁ ଚଳିତ ବର୍ଷର ରଥଯାତ୍ରା ଅନେକଙ୍କ ମନରେ ଦୁଃସ୍ୱପ୍ନ ଭଳି ଅନେକ କାଳ ରହିବ | ଏବେ ଆଉ ଏକ ସମସ୍ୟା ଭୋଜୁଛନ୍ତି ସହରର ଜନସାଧାରଣ | ବ୍ୟାରିକେଟ ପାଇଁ ବଡଶଙ୍ଖ ଠାରୁ ଗୁଣ୍ଡିଚାଘର ମଧ୍ୟରେ ଜାତୀୟ ରାଜପଥ ର ମାନ୍ୟତା ପାଇଥିବା ବଡଦାଣ୍ଡରେ ଖୋଳାଯାଇଥିବା ଗାତ ମାନଙ୍କୁ ଏ ପର୍ଯ୍ୟନ୍ତ ପୋତାଯାଇନାହିଁ | ଏଣୁ ପ୍ରାୟ ସବୁଦିନ ସେଠାରେ ଦୁର୍ଘଟଣା ଘଟୁଛି ଏଣୁ ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ ବିଶେଷ ଦୃଷ୍ଟି ଦେବାନିମନ୍ତେ ଦାବି ହେଉଛି |

Leave a Reply

Your email address will not be published. Required fields are marked *