ଆଜି ଆମେ ଆପଣଙ୍କୁ ଆଉ ଏକ ଘରୋଇ ଉପଚାର ଭେଟିଦେବୁ। ଯାହା ଆପଣଙ୍କ ତ୍ବଚା ପାଇଁ ବେଶ ଫଳପ୍ରଦ। କଣ କଥାଟା ଏକଦମ ସତ। ଆପଣଙ୍କୁ ଏଥିପାଇଁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣଙ୍କ ହାତପାହାନ୍ତାରେ ଅଛି। ଶୀତଦିନେ ସୋରିଷ କ୍ଷେତକୁ କେବେ ଯାଇଛନ୍ତି। ଖୁସି ହୋଇଯିବେ ଆପଣ। ଏହାର ଶାଗ ମଧ୍ୟ ଦେହ ପାଇଁ ବେଶ ହିତକାରୀ। ଦର୍ଶକବନ୍ଧୁ ଆପଣ ନିଜ ଦୈନନ୍ଦିନ ଜୀବନରେ ସୋରିଷ ତେଲ ତ ନିଶ୍ଚିତ ବ୍ୟବହାର କରୁଥିବେ। ରୋଷେଇରେ ଯାହାହେଲେ ସୋରିଷ ତେଲ ଦରକାର। କିଛି ନନ-ଭେଜ ଆଇଟମ ହେଲେ ସୋରିଷ ତେଲ ଲୋଡ଼ା। ଏହି ତେଲର ବ୍ୟବହାର ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ଅଧିକ କରାଯାଏ। ସୋରିଷ ବୀଜରୁ ଉତ୍ପାଦନ ପରେ ତେଲ ବାହାରିଥାଏ। କେହି କେହି ଘଣା ପେଡ଼ା ସୋରିଷ ତେଲ ମଧ୍ୟ ବ୍ୟବହାର କରନ୍ତି। ଆପଣ ଜାଣିଛନ୍ତି କି ଏହି ତେଲ ଆମ ତ୍ବଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ତେଲରେ ଥିବା କିଛି ସୁନ୍ଦର ଟିପ୍ସ…..

-ସୋରିଷ ତେଲ ତ୍ବଚାକୁ ନରମ କରିଥାଏ। ଏହି ତେଲରେ ଭିଟାମିନ-ଇ ପ୍ରଚୁର ମାତ୍ରାରେ ରହିଛି। ସେଥିପାଇଁ ଏହା ସ୍କିନକୁ ନରମ ରଖିବାରେ ସାହାଯ୍ୟ କରିଥାଏ। ଶୀତଦିନେ ଏହାକୁ ଲଗାଇଲେ ଶରୀରକୁ ଡ୍ରାଏ କରି ନଥାଏ।
-ଶୀତଦିନେ ସୋରିଷ ତେଲ ଦେହରେ ମାଲିସ କରି ଗାଧୋଇଲେ ଥଣ୍ଡା କାଶ ହୋଇ ନଥାଏ। ଏହା ଶରୀରକୁ ଗରମ ରଖେ। ଛୋଟ ଛୁଆମାନଙ୍କୁ ଥଣ୍ଡା ହୋଇଥିଲେ ଏହି ତେଲକୁ ରସୁଣ ସହ ଫୁଟାଇ ପାଦ ତଳ ଏବଂ ହାତ ପାପୁଲିକୁ ମାଲିସ କଲେ ଥଣ୍ଡା ଏକଦମ ଗାୟବ ହୋଇଯାଇଥାଏ।
-ଏମିତି ବି କହାବତ ଅଛି କି ସୋରିଷ ତେଲ ଆଖି ପାଇଁ ମଧ୍ୟ ବେଶଫଳପ୍ରଦ। ସେଥିପାଇଁ ଆମେ ଦୈନନ୍ଦିନ ଜୀବନରେ ଅଲଗା କୌଣସି ତେଲ ନ ଖାଇ ସୋରିଷ ତେଲ ଖାଇବାରେ ବ୍ୟବହାର କଲେ ଏହା ଆଖିର ଉଜ୍ଜ୍ବଳତା ମଧ୍ୟ ସତେଜ ରଖେ।
-କୌଣସି ସମୟରେ ଶରୀର ଯଦି ଯନ୍ତ୍ରଣା କରୁଥାଏ ସୋରିଷ ତେଲକୁ ନଖ ଉଷୁମ କରି ମାଲିସ କଲେ ଶରୀର ରିଲାକ୍ସ ଫିଲ କରେ। ଏହି ତେଲ ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରେ। ଦେହରେ ଥିବା ମେଟାବୋଲିଜମକୁ କମ କରେ। ଯେତେପ୍ରକାର ଆଣ୍ଠୁ ଗଣ୍ଠି ଦରଜ ହେଇଥାଏ ଏହି ତେଲ ବ୍ୟବହାର କଲେ ଆରାମ ମିଳିଥାଏ।
-କୁନି କନି ଛୁଆଙ୍କର ହାଡ ମଜଭୁତ କରିବାକୁ ମା’ମାନେ ସକାଳେ ଏହି ତେଲରେ ମାଲିସ କରିଥାନ୍ତି। ଯିଏ ଯେତେ ମାଲିସ ହୋଇଥାଏ। ତାହାର ଶରୀର ସେତେ ମଜଭୁତ ହୋଇଥାଏ। ଆଉ ଏକ କଥାରେ ଅଛି ଶୀତ ଦିନ ରାତିରେ ଏହି ତେଲରୁ ଗୋଟିଏ ଡ୍ରପ ନାଭିରେ ପକାଇଲେ ତ୍ବଚାରେ ଏକପ୍ରକାର ନିଖାର ଆସିଥାଏ।