ବଦଳୁଛି ସମୟ । ତା ସାଥେ ବଦଳୁଛି ଆମ ଜୀବନଶୈଳୀ। ଦୁନିଆ ଏବେ ଆମ ହାତ ମୁଠାରେ। ଛୋଟରୁ ଛୋଟ କଥା ଏବେ ଉପଲବ୍ଧ ଇଣ୍ଟେର୍ନେଟରେ।ତେବେ ଆଜିବି ଜୀବନକୁ ସରଳ ସୁନ୍ଦର କରିବାରେ ଆମେ ଅନେକ କ୍ଷେତ୍ରରେ ନିଜକୁ ଅସହାୟ ମନେ କରୁ।ଅଧିକାଂଶ ଲୋକ ଏବେ ମାନସିକ ବିଷାଦରେ ରହୁଛନ୍ତି ।ଏହା ଆମ ପାଇଁ ଚିନ୍ତା ଜଣକ ନିଶ୍ଚିତ। ହୁଏତ ଆପଣବି ଥକି ସାରିଥିବେ ବର୍ତ୍ତମାନ ସମୟର ପ୍ରତିଯୋଗିତାମୂଳକ ଜୀବନ ବଂଚି ବଂଚି।ତେବେ ନିଜ ଖୁସି ପାଇଁ ନିଜେ କିଛି କରିବା ଦରକାର।
ଥରେ ଜୀବନକୁ ଓ ନିଜକୁ ବୁଝିବା,ଅନୁଭବ କରିବା ଦରକାର।ଆପଣ ଭାବୁଥିବେ କେମିତି ବୁଝିବେ ଜୀବନକୁ। କେମିତି ଜାଣିବେ ନିଜକୁ।କେମିତି ଅନୁଭବ କରିବେ ହସ ଖୁସିର ଜୀବନକୁ।ତେବେ ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ ଆଉ କିଛି ଭଲ ବହି ପଢନ୍ତୁ।କବିର କବିତାରେ ଜୀବନକୁ ଆଜିବି ଖୋଜିପାନ୍ତି ପାଠକ।ଗାଳ୍ପିକର ଗଳ୍ପରେ ଅନୁଭବ କରନ୍ତି ଜୀବନର ବାସ୍ତବତା ତ ପୁଣି କେତେବେଳେ ଉପନାସ୍ୟା ପଢି ହୁଅନ୍ତି ଭାବ ବିହ୍ୱଳ ।ତେଣୁ ଆମ ଭାଷା ସାହିତ୍ୟ ଆମ ଗର୍ବ ଓ ଗୌରବ ।ଆମ ଜୀବନର ମୂଳ ମନ୍ତ୍ରକୁ ଆମେ ଜାଣି ପାରିବା ।
ଆଉ ବର୍ତ୍ତମାନ ସମୟର ପ୍ରତିଯୋଗିତାମୂଳକ ଜୀବନରେ ଏକ ସୁସ୍ଥ ଜୀବନ ବଂଚିବା ପାଇ ତଥା ମାନସିକ ଶାନ୍ତି ପାଇ ବହି ପଢିବା ନିହାତି ଆବଶ୍ୟକ ।ନିଜକୁ , ନିଜ ଆବଶ୍ୟକତାକୁ ତଥା ନିଜ ରୁଚିକୁ ବୁଝି ସେହି ଅନୁସାରେ ଭଲ ବହି ସଂଗ୍ରହ କରି ପଢନ୍ତୁ।ଯେପରିକି ଚାକିରୀ ଜୀବନକୁ ନେଇ ଚିନ୍ତାରେ ଥିଲେ ପଢନ୍ତୁ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଦାନାପାଣି।ଯାହା ଚାକିରୀ ଜୀବନକୁ ନେଇ ଆପଙ୍କ ଚିନ୍ତାଧାରା ବଦଳାଇ ଦେବ ନିଶ୍ଚିତ।ଠିକ ସେହିପରି ନିଜର ଆର୍ଥିକ ସ୍ତିତିକୁ ନେଇ ଚିନ୍ତାରେ ରହୁଛନ୍ତି।
କମ ଦରମାକୁ ଅଧିକ ଖର୍ଚ୍ଚ ଯଦି ଆପଣଙ୍କ ଚିନ୍ତା ତେବେ ଆପଣ ପଢନ୍ତୁ ରୋବେର୍ତ୍ତ କୀୱାସ୍କି ଙ୍କ ରିଚ ଡାଡି ପର ଡାଡି ବହି।ଏହି ପରି ଜୀବନର ପ୍ରତିଟି ବିଷୟର ସମାଧାନ ଆପଣ ବହି ପଢି ଜାଣିବା ସହ ନିଜକୁ ମାନସିକ ଶାନ୍ତି ଦେଇ ପାରିବେ।ତେଣୁ ବହି ପଢନ୍ତୁ ନୂଆ କଥା ଜାଣିବାର ଅଭ୍ୟାସ କରନ୍ତୁ।