ଚାଷୀଙ୍କୁ ଏମଏସପି ଉପରେ 100 ଟଙ୍କା ବୋନସ୍ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି ବିଜେପି । କାଳିଆ ଯୋଜନା ଆରମ୍ଭବେଳେ ସରକାରଙ୍କ ଘୋଷଣା ଅନୁସାରେ ଚାଷୀଙ୍କୁ ବାର୍ଷିକ 10 ହଜାର ଟଙ୍କା ଦିଅନ୍ତୁ ବୋଲି ବିଜେପିର ଦାବି । ଯଦି ଏହି ଦୁଇଟି ପ୍ରସଙ୍ଗକୁ ସରକାର ପାଳନ କରିବେ ନାହିଁ ତେବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଓଡିଶାରେ ପାଦ ପକେଇବାକୁ ଦିଆଯିବନି ବୋଲି ବିଜେପି ଚେତାବନୀ ଦେଇଛି ।
ବିଜେପି ଘୋଷଣା ଅନୁସାରେ 7 ଦିନ ସତ୍ୟାଗ୍ରହ ହେଲାଣି । ସରକାର ଗୋଧି ଚମଡା ଓ କୁମ୍ଭୀର ଚମଡାରେ ପରିବୃତ । ସରକାରଙ୍କୁ କୃଷକଙ୍କ ଦୁଃଖ ଦେଖା ଯାଉନି । ଲମ୍ବା ସମୟ ଧରି ନବୀନ ମିଛ କହି ଆସିଛନ୍ତି ।
2019 ମସିହା ନିର୍ବାଚନ ମିଛ କହି ପାର ହୋଇଥିଲେ । ଓଡିଶାର ଚାଷୀଙ୍କୁ ଭୁଆଁ ବୁଲାଇଥିଲେ । 2018 ରେ କାଳିଆ ଯୋଜନା ଘୋଷଣା କରିଥିଲେ । ବିଜେପି ଆଜି ମାନେ ପକାଉଛି । ବାର୍ଷିକ 10 ହଜାର ସହାୟତା ଦେବେ ବୋଲି କହିଥିଲେ ସରକାର । ଓଡିଶାର ଲୋକ ଓ ଚାଷୀ ବହୁତ ସରଳ ବିଶ୍ୱାସୀ । ସରକାରଙ୍କ ମିଛ ଓ କୁମ୍ଭୀର କାନ୍ଦଣାକୁ ଲୋକ ବିଶ୍ୱାସ କଲେ । ହେଲେ ନିର୍ବାଚନ ପରେ ଭୁଲି ଗଲେ । 4 ହଜାର ଟଙ୍କା ବି ନିୟମିତ ଭାବେ ଆସୁନାହିଁ । ସରକାରଙ୍କ ଘୋଷଣା ଆଗକୁ ନେବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ । ବିଧାନସଭା ଭିତରେ ସରକାରୀ ନିର୍ଦ୍ଦେଶନାମା ସରକାର ଜାରି କରନ୍ତୁ ଯେ 4 ହଜାର ନୁହେଁ, 10000 ମିଳିବ । ଯଦି ଚାଷୀଙ୍କୁ 10 ହଜାର ଦେଇ ଚକଲେଟ୍ ଖୁଆଉଥିଲେ । ଓଡ଼ିଶା ର ଚାଷୀକୂଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ରାଜ୍ୟର ମାଟି ଉପରେ ପାଦ ପକେଇବାକୁ ଦେବେ ନାହିଁ ।
ଦୁଇ ଦିନ ତଳେ ବିଜେପି ଏହି ଜାଗାରୁ ଦାବି କରିଥିଲା । 2016ରେ ମୁଖ୍ୟମନ୍ତ୍ରୀ ସୋହେଲାରେ କହିଥିଲେ ଚାଷୀଙ୍କୁ ଏମଏସପି ଉପରେ 100 ଟଙ୍କା ବୋନସ ଦେବେ । ଅନ୍ୟ ରାଜ୍ୟମାନେ ଦେଉଛନ୍ତି । ଜଣେ ବି ଚାଷୀ ଓଡିଶାରେ ବୋନସ ପଇସା ପାଇନାହାନ୍ତି । ଧାନ କିଣା ଆରମ୍ଭ ହେଲାଣି । ଚଳିତ ଥର 100 ଟଙ୍କା ବୋନସ୍ ପାଇଁ ସରକାର ନିର୍ଦ୍ଦେଶ ଦିଅନ୍ତୁ ।
ଏହି ଦୁଇଟି କଥା କହି ସରକାର ଭୋଟ ନେଇଥିଲେ । ଯଦି ଏହି କଥା ଗୁଡିକୁ ସରକାର ଚଳିତ ବର୍ଷ ପାଳନ ନକରନ୍ତି ତେବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କୁ ଓଡିଶା ମାଟିରେ ପାଦ ପକେଇବାକୁ ଦେବେ ନାହିଁ ଚାଷୀ । ଚାଷୀଙ୍କୁ ଭୁଆଁ ବୁଲାଉଛି ବିଜେଡ଼ି ସରକାର। ସମବାଦୀକ ସମ୍ମିଳନୀ କରି ଅଭିଯୋଗ କଲେ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ। କାଳିଆ ଯୋଜନା ଏବଂ ବୋନସ୍ ଘୋଷଣା କରି ନିର୍ବାଚନ ଜିତିଲେ ହେଲେ ଏବେ ତାକୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି। 2019ରେ ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନା କରି ଚାଷୀଙ୍କୁ ବାର୍ଷିକ 10 ହଜାର ସହାୟତା ଯୋଗାଇଦେବେ ବୋଲି କହିଥିଲେ। କିନ୍ତୁ ଏବେ 4 ହଜାର ଦେଉଛନ୍ତି ହେଲେ ତାହା ବି ନିୟମିତା ଦେଉନାହାନ୍ତି କେବଳ ନିର୍ବାଚନ ଆସିଲେ ମିଳୁଛି ।
ବିଜେପି ନିବେଦନ କରୁଛି ସରକାର ନୈତିକତାର ସହ ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତୁ। ନହେଲେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ଓଡ଼ିଶା ମାଟିରେ ପାଦ ରଖିବାକୁ ଚାଷୀ ଦେବେନି। 2016ରେ ସୋହଲରେ କହିଥିଲେ ରାଜ୍ୟ ସରକାର ଏମଏସପି ସହ 100 ଟଙ୍କା ଲେଖାଏଁ ବୋନସ୍ ଦେବେ । ହେଲେ ଗତ 6 ବର୍ଷରେ ଜଣେ ବି ଚାଷୀ ସେ ବୋନସ ପଇସା ପାଇନାହିଁ । ଚଳିତ ଖରିଫ ଧାନକିଣାରେ ସରକାର ବୋନସ ଦିଅନ୍ତୁ ନେହେଲେ ଫଳାଫଳ ଭୟାଭୟ ହେବ ବୋଲି ଚେତାବନୀ ଦେଲା ବିଜେପି । ଅନ୍ୟପଟେ ସାତ ଦିନରେ ପହଞ୍ଚିଛି ବିଜେପିର ସତ୍ୟାଗ୍ରହ । ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗକୁ ନେଇ ବିଧାନସଭା ଆଗରେ ସତ୍ୟାଗ୍ରହରେ ବସିଛି ବିଜେପି । ଓଡ଼ିଶା ଚାଷୀଙ୍କୁ ନ୍ୟାୟ ଓ ସମ୍ମାନ ପାଇଁ ବିଜେପି ଲଢେଇ କରୁଛି । ହେଲେ ସରକାରଙ୍କ ଚମଡ଼ା ମୋଟା ହୋଇଯାଇଛି ଚାଷୀଙ୍କ ଦୁଖ ଦେଖାଯାଉନି ବୋଲି କହିଛି ବିଜେପି ।