ପୁରୀ ଇନରହ୍ବିଲ୍ କ୍ଲବ ରେ ଜିଲ୍ଲା ଅଧ୍ୟକ୍ଷା ଙ୍କ ପରିଦର୍ଶନ କାର୍ଯ୍ୟକ୍ରମ

ବିଶ୍ବର ସର୍ବବୃହତ ସେବାମୂଳକ ସଂଭ୍ରାନ୍ତ ସେବାମୂଳକ ମହିଳା ସଂଗଠନ ଇନରହ୍ବିଲ ଇଣ୍ଟରନ୍ୟାସନାଲ ର ଅନୁମୋଦନ ରେ ପୁରୀସହର ରେ ପ୍ରତିଷ୍ଠିତ ପ୍ରଥମ କ୍ଲବ ଇନରହ୍ବିଲ୍ କ୍ଲବ, ପୁରୀରେ ଇନରହ୍ବିଲ୍ ଜିଲ୍ଲା 326 ର ଅଧ୍ୟକ୍ଷା ରସିକା ବାହାଦୁର ଙ୍କ କ୍ଲବ ପରିଦର୍ଶନ କାର୍ଯ୍ୟକ୍ରମ ଗୁରୁବାର ମଧ୍ୟାହ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସଂପନ୍ନ ହୋଇଛି। ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ବାହାଦୁର ଙ୍କୁ ପ୍ରଥମେ ସ୍ବାଗତ କରାଯାଇଥିଲା। ପରେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟା ମାନଙ୍କ ଉପସ୍ଥିତି ରେ ଅଧ୍ୟକ୍ଷା ବୃକ୍ଷରୋପଣ କରିଥିଲେ। ରୋଟାରୀ କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ଉତ୍ସବରେ କ୍ଲବ୍ ର ସଭାନେତ୍ରୀ ସରିତା ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଂପାଦିକା ଶ୍ବେତଲୀନା ପାତ୍ର କ୍ଲବ ପକ୍ଷରୁ ଗତ ଏକମାସ ମଧ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ର ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ କ୍ଲବ ପକ୍ଷରୁ ମହିଳା ସାମ୍ବାଦିକ ଲିନୁ ନାୟକ ଓ ଅଗ୍ରଣୀ ସାମାଜିକ କର୍ମୀ ନିହାରିକା ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ପ୍ରାକ୍ତନ ସଭାନେତ୍ରୀ ସୁଜାତା ପାତ୍ର ଓ ପ୍ରାକ୍ତନ ସଭାନେତ୍ରୀ ଅଳକାନନ୍ଦା ଦାଶ ଙ୍କ ସୌଜନ୍ୟ ରେ ପ୍ରଦତ୍ତ ଆର୍ଥିକ ଛାତ୍ରବୃତ୍ତି କୁ ମୁଖ୍ୟ ଅତିଥି ଦୁଇଜଣ ମେଧାବୀ ଛାତ୍ରୀଙ୍କୁ ପ୍ରଦାନ କରିଥିଲେ। ନିଜର ବକ୍ତବ୍ୟ ରେ ମୁଖ୍ୟଅତିଥି ଶ୍ରୀମତୀ ବାହାଦୁର ଏହି ଐତିହ୍ୟ ସଂପନ୍ନ କ୍ଲବ ର ସେବାପରାୟଣତା, ଶୃଙ୍ଖଳା ଓ ଆପୋଷ ସହଯୋଗ ର ଉଚ୍ଚ ପ୍ରଶଂସା କରିଥିଲେ। ଗତବର୍ଷ ର କ୍ଲବସଭାନେତ୍ରୀ ଜ୍ୟୋତିର୍ମୟୀ ଦାଶ ଓ କୋଷାଧ୍ୟକ୍ଷା ମୀନାକ୍ଷୀ ବାହିନୀପତି ଉତ୍ସବ ରେ ମଞ୍ଚାସୀନ ଥିବାବେଳେ ଏହାକୁ ସଂଯୋଜନା କରିଥିଲେ ପ୍ରାକ୍ତନ ସଭାନେତ୍ରୀ ସୁଜାତା ପାତ୍ର। ଉତ୍ସବ ଅବସରରେ କ୍ଲବ ଏଡିଟର ବିଦ୍ୟୁତଲତା ପ୍ରତିହାରୀ ଙ୍କ ଦ୍ବାରା ସଂପାଦିତ କ୍ଲବ ମୁଖପତ୍ର ‘ସୁଭଦ୍ରା’ ର ସ୍ବତନ୍ତ୍ର ବିଶେଷାଙ୍କ କୁ ମୁଖ୍ୟଅତିଥି ଉନ୍ମୋଚିତ କରିଥିଲେ ଓ ରଶ୍ମିତା ସୁବୁଦ୍ଧି ଙ୍କୁ ନୂତନ ସଦସ୍ୟା ଭାବେ ଗ୍ରହଣ କରାଯାଇଥିଲା। ପ୍ରତିମା ପତି, ପଦ୍ମିନୀ ପାତ୍ର, କବିତାରାଣୀ ପାତ୍ର, ପ୍ରବାସିନୀ ନନ୍ଦ, ସାଇଲକ୍ଷ୍ମୀ ପାତ୍ର, ସଂଘମିତ୍ରା ଦାଶ, ସୁଖଜିତ ସିଦ୍ଧୁ କର, ସୁଶ୍ରୀ ପ୍ରିୟଦର୍ଶିନୀ, ଅନିତା ଦାସ, ଆଶୁ ସାହା, ଓ ସ୍ବାଗତିକା ରାଉତରାୟ ପ୍ରମୁଖ ପ୍ରାକ୍ତନ ସଭାନେତ୍ରୀ ଙ୍କ ସମେତ ସମସ୍ତ ସଦସ୍ୟାଗଣ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *