ବିଶ୍ବ ର ସର୍ବବୃହତ ସଂଭ୍ରାନ୍ତ ସେବାମୂଳକ ସଂଗଠନ ରୋଟାରୀ ଇଣ୍ଟରନ୍ୟାସନାଲ ର ପରିଚାଳନା ରେ ପୁରୀ ସହରରେ ୧୯୬୯ ମସିହାରେ ପ୍ରତିଷ୍ଠିତ ରୋଟାରୀ କ୍ଲବ ପୁରୀ ରେ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ଗଭର୍ଣ୍ଣର ଙ୍କ କ୍ଲବ ପରିଦର୍ଶନ କାର୍ଯ୍ୟକ୍ରମ ଶନିବାର ଦିନ ମହାସମାରୋହରେ ସଂପନ୍ନ ହୋଇଯାଇଛି। ପୂର୍ବାହ୍ନ ରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ଙ୍କ ଦ୍ବାରା କ୍ଲବ ପକ୍ଷରୁ ପୁରୀ ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟରେ ରୋଗୀ, ଆଟେଣ୍ଡାଣ୍ଟ ଓ ଷ୍ଟାଫ୍ ଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏକ ବୃହତ ଆକ୍ବାଗାର୍ଡ଼ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କ୍ଲବ ର ସଭାପତି କମଳେନ୍ଦୁ ଦାଶ, ସଂପାଦକ ରତିକାନ୍ତ ନାୟକ ଓ ପ୍ରାକ୍ତନ ସଭାପତି ଭୀମସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂଧ୍ୟାରେ ରେଡ଼କ୍ରସ ରୋଡ଼ସ୍ଥ ହୋଟେଲ ଜାନକୀ ରେସିଡେନ୍ସି ପରିସରରେ କ୍ଲଵ ଆସେମ୍ବଲି ଆୟୋଜିତ ହୋଇଥିଲା। ପରେ ପରେ ହୋଟେଲ ର ସମ୍ମିଳନୀ କକ୍ଷ ରେ ଆୟୋଜିତ ଉତ୍ସବ କୁ ଗଭର୍ଣ୍ଣର ଶ୍ରୀ ସୁବୁଦ୍ଧି ରୋଟାରୀ ର ପ୍ରତିଷ୍ଠାତା ପଲ୍ ହ୍ୟାରିସ୍ ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ଳଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରାକ୍ତନ ସଭାପତି ଅଜୟ କୁମାର ସାହା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଭାପତି ଶ୍ରୀ ଦାଶ ଏ’ଥିରେ ଅଧ୍ଯକ୍ଷତା କରି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସଂପାଦକ ଶ୍ରୀ ନାୟକ କ୍ଲବ ପକ୍ଷରୁ ଚାଲିଥିବା ନିୟମିତ ଚକ୍ଷୁ ଯତ୍ନ କେନ୍ଦ୍ର ସମେତ ଚଳିତ ବର୍ଷ ସଂପନ୍ନ କରାଯାଈଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ।
ରୋ ଜୟ ଦାସଗୁପ୍ତା ରୋଟାରୀ କ୍ଲବ୍ ପୁରୀର ସ୍ଥାୟୀ ସେବା ମୂଳକ କାର୍ଯ୍ୟକ୍ରମ ରୋଟାରୀ ପୁରୀ ଚକ୍ଷୁ ଚିକିତ୍ସାଳୟର ବିକାଶ ସଂପର୍କରେ ଏହି ସଭାରେ ଅବଗତ କରାଇଥିେଲ।
ସମାଜର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଦ୍ରୁଷ୍ଟିରୁ କ୍ଲବ୍ ତରଫରୁ ଶିକ୍ଷା, ସଂସ୍କୃତି ଓ କ୍ରୀଡା ସଂଗଠକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଓ ଅବସର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଜଣେ ମେଧାବୀ ଛାତ୍ରୀ ଅନୀଶା ବାନୋ ଙ୍କୁ କ୍ଲବ୍ ତରଫରୁ ଏକ ଲ୍ୟାପଟପ ପ୍ରଦାନ କରାଯାଇ ଥିଲା। କ୍ଲବ୍ ର ମୁଖପତ୍ର ନୀଳଚକ୍ର ର ଏକ ବିଶେଷ ଅଙ୍କ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। କ୍ଲବ୍ ପରିଦର୍ଶନ ପରେ ଗଭର୍ଣ୍ଣର କ୍ଲବ୍ ର ସେବା ମୂଳକ କାର୍ଯ୍ୟକ୍ରମ ର ଭୂୟସୀ ପ୍ରସଂଶା କରିଥିେଲ। ସଭାରେ ଅତିଥିମାନଙ୍କୁ ଉପଢୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇ ଥିଲା।
ଏହି ସଭାର ପରିଚାଳନା କରିଥିେଲ ରୋ ଅଜୟ ସାହା ଏବଂ ତାଙ୍କୁ ସହାୟତା କରିଥିେଲ ରୋ କ୍ରୁଷ୍ନଚନ୍ଦ୍ର ପାତ୍ର, ରୋ ବଦ୍ରୀନାରାୟଣ ପାତ୍ର, ରୋ ଦେବୀପ୍ରସନ୍ନ ନନ୍ଦ, ରୋ ନାରାୟଣ ଦାସ, ରୋ ନରେନ୍ଦ୍ର ପାତ୍ର, ରୋ ସତ୍ଯ ନାରାୟଣ ସେନାପତି, ରୋ ଭୀମସେନ ପାତ୍ର, ରୋ ତପନ କୁମାର ଦାସ, ରୋ କେଦାରନାଥ ଚୌଧୁରୀ, ରୋ ସନ୍ତୋଷ କୁମାର ଲେଙ୍କା, ରୋ ପ୍ରଶନ୍ନ ମିଶ୍ର, ରୋ ଭକ୍ତ ଚରଣ ଦାଶ ଓ ରୋ ଜିତେନ୍ଦ୍ର କୁମାର ସାହୁ।