
ଆଜି ତା. ୫ ଡିସେମ୍ବର ସୋମବାର, ପ୍ରାପ୍ତ ସୂଚନା ମୁତାବକ ଭାରତ ରକ୍ଷା ମଞ୍ଚ; ପୁରୀ ସ୍ଥିତ ମାର୍କେଟ ଛକ ନିକଟରେ ନିଜସ୍ୱ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ କରୁଅଛି l ଉକ୍ତ ଉଦଘାଟନ ସମାରୋହରେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବା ସହିତ ବିଭିନ୍ନ ରକମର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଅଛି l ଯଥାକ୍ରମେ ସକାଳ ୧୦ଟା ସମୟରେ ହୋମାଦି କର୍ମ ସହିତ କାର୍ଯ୍ୟାଳୟ ସାଜସଜ୍ଜା, ସନ୍ଧ୍ୟା ସମୟରେ ସୁନ୍ଦରା କାଣ୍ଡ ପାଠ ସହିତ ମହାପ୍ରସାଦ ସେବନ l ଜିଲ୍ଲାଧ୍ୟକ୍ଷ ନାରାୟଣ ଦାସଙ୍କ ପ୍ରତିକ୍ରିୟା ମତେ ଏହି ସଂଗଠନର ଲକ୍ଷ୍ୟ ଭାରତର ଯୁବ ସମାଜକୁ ରାଷ୍ଟ୍ର ଗଠନ ପ୍ରତି ଜାଗୃତ କରିବା । ସଂଗଠନର ସ୍ଲୋଗାନ ରହିଛି ମୁଖର ହିନ୍ଦୁ ପ୍ରଖର ରାଷ୍ଟ୍ର । ଆଗକୁ ଅଧିକ ଜାଣିବା ପାଇଁ ଦୃଷ୍ଟି ନ୍ୟୁଜ ସହିତ ଯୋଡି ରୁହନ୍ତୁ ।