ମଣିପୁର ଲଜ୍ୟା –ଜାତୀୟ ଲଜ୍ୟା. ସାମ୍ବିଧାନିକ ଗଣତନ୍ତ୍ର ଆଜି ବିପଦ ରେ. ସାରା ମଣିପୁର ଜାତିଗତ ଦଙ୍ଗା ରେ ଜଳୁଛି.କୁକୀ ଜାତିର ଆଦିବାସୀ ମହିଳାଙ୍କୁ ପୋଲିସ ଉପସ୍ଥିତ ରେ ଉଲଗ୍ନ କରି ରାସ୍ତାରେ ଶୋଭାଯାତ୍ରା ରେ ନେଵା ବେଳେ ସେମାନଙ୍କ ପ୍ରତି ହୋଇଥବା ଆଚରଣ ଅମାନବୀୟ ଓ ନିନ୍ଦନୀୟ. ବିଜେପି ସରକାର ନିଜର କୁସ୍ଚିତ ରାଜନୈତିକ ଫାଇଦା ପାଇଁ କୁକୀ ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ଦଙ୍ଗା କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି CITU ପୁରୀ ଜିଲ୍ଲା କମିଟି ମତବ୍ୟକ୍ତ କରିଛି. ଆଜି CITU ର ମଣିପୁର ଘଟଣା ର ଦେଶବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ଜିଲ୍ଲା ପାଳ ଅଫିସ ଆଗରେ ବିକ୍ଷୋଭ ପ୍ରତିବାଦ ରେ CITU ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ କହିଲେ ଯେ ମଣିପୁର ହିଂସା ବିଜେପି ପ୍ରାୟୋଜିତ. ଆଦିବାସୀ ମହିଳାଙ୍କ ଆତ୍ମ ସମ୍ମାନ, ସଂସ୍କୃତି କୁ ହିଂସା ର ଉପକରଣ ଭାବେ ବ୍ୟବହାର କରିବା ସାମ୍ବିଧାନିକ ବ୍ୟବସ୍ଥା ର ପରିପନ୍ଥୀ. ଅପରାଧୀ ମାନଙ୍କୁ ପୋଲିସ ଓ ପ୍ରଶାସନ ଘଣ୍ଟ ଘୋଡାଉଛି.ଆଇନି ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ.ମାନବିକତାଓ ସଭ୍ୟତା ପାଇଁ ଏହା କଳଙ୍କଓ140କୋଟି ଲୋକଙ୍କ ପାଇଁ ଏହା ଜାତୀୟ ଲଜ୍ୟା.ତେଣୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତିନି ମାସ ଧରି ଦଙ୍ଗା ଓ ହିଂସା ପାଇଁ ନୈତିକ ଭାବେ ଇସ୍ତଫା ଦେବା ଓ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରି ଦଳ ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ. ରାଷ୍ଟ୍ରପତି ନିଜର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବାକୁ ଜିଲ୍ଲା ପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ଦିଆଯାଇଛି . ଏଥିରେ ମନୋରଞ୍ଜନ ମହାରଣା, ଟୁନା ନାୟକ, ଦେବାଶିଷ ସାମଲ, ବିଭୁତି ରାଉତରାୟ,ଦୀନବନ୍ଧୁ ପ୍ରଧାନ, ରବି ପ୍ରଧାନ ଦେବ ସାହୁ,ବାହାନ ପରିଡା,ହିମାଂଶୁ ଜେନା, ପବିତ୍ର ଓଝା, ଭରତ ଭୋଇ, ସୁଶାନ୍ତ ମହାରଣା ପ୍ରମୁଖ ବକ୍ତ୍ୟବ୍ୟ ରଖିଥିଲେ