ପଂଚଦଶ ଶତାଦ୍ଧିର ଭକ୍ତିଯୁଗ ରେ ଶ୍ରୀଚୈତନ୍ୟ ଙ୍କ ପ୍ରଭାବ କାରଣରୁ ଗଜପତି ପ୍ରତାପରୁଦ୍ରଙ୍କ ଆଦେଶ ରେ ଶ୍ରୀଗୁଣ୍ଡିଚା ଯାତ୍ରା ର ପୂର୍ବଦିନ ବୈଷ୍ଣବ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥାଏ ଗୁଣ୍ଡିଚା ମାର୍ଜନା ବା ଭୂତବାଡ଼ିଆ | ଏହି ପରମ୍ପରା ସମ୍ପର୍କ ରେ ଶ୍ରୀଚୈତନ୍ୟ ରଚିତାମୃତ ଗ୍ରନ୍ଥ ରେ ମଧ୍ୟ ଏ ସମ୍ପର୍କରେ ବର୍ଣ୍ଣିତ ଅଛି | ଗୁଣ୍ଡିଚା ଘରକୁ ବର୍ଷସାରା ଜଗିରହିଥିବା ବାବନାଭୂତ ଏହି ସେବାଦ୍ୱାରା ଚତୁର୍ଦ୍ଧାମୂର୍ତ୍ତି ଆଡପମଣ୍ଡପରେ ବିଜେ କରିବା ସମୟରେ ସାତଦିନ ଗୁଣ୍ଡିଚାଘର ବାହାରକୁ ଚାଲିଯାଇଥାଏ ବୋଲି ବିଶ୍ୱାସ କରାଯାଏ | ମାତ୍ର ଚଳିତ ବର୍ଷ ପୂର୍ବରୁ କୌଣସି ସୂଚନା ନଦେଇ ଶ୍ରୀମନ୍ଦିର ପ୍ରଶାସନ ଏହି ସେବାକୁ ବନ୍ଦ କରିଦେଇଥିବା ରେ କ୍ଷୋଭ ପ୍ରକାଶ କରିଛି ଶ୍ରୀକ୍ଷେତ୍ର ସାରସ୍ୱତ ଗୌଡ଼ୀୟ ବୈଷ୍ଣବ ସଂଘ | ଗୁରୁବାର ଦିନ ଗୌଡ଼ୀୟ ମିଶନ ର ସଭାପତି ଭକ୍ତିସୁନ୍ଦର ସନ୍ୟାସୀ ମହାରାଜ , ଶ୍ରୀକୃଷ୍ଣ ଚୈତନ୍ୟ ମିଶନ ର ସମ୍ପାଦକ ଭକ୍ତିବିବେକ ମଧୁସୂଦନ ମହାପାତ୍ର , ଶ୍ରୀକ୍ଷେତ୍ର ଭକ୍ତିବିବେକ ପରମାର୍ଥୀ ମହାରାଜ ଓ ସହସଂପାଦକ ଭକ୍ତିବିବେକ ବୋଧାୟନ ମହାରଜ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀ ରେ ଶତାବ୍ଦୀ ଶତାବ୍ଦୀ ପୂର୍ବର ଗୁଣ୍ଡିଚାମାର୍ଜନା ପରମ୍ପରା କୁ ପୁନଃ ଆରମ୍ଭ କରିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି |