ଜଣେ ଠିକାଦାର ଠାରୁ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ର ଫାଇନାଲ ବିଲ କରାଇଦେବା ପାଇଁ ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଡେଲାଙ୍ଗ ବ୍ଲକର କନିଷ୍ଠଯନ୍ତ୍ରୀ ରଜନୀକାନ୍ତ ମାଝି ମଙ୍ଗଳବାର ଦିନ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି | ଏ ସମ୍ବାଦ ଲେଖାଯିବା ବେଳକୁ ଅଭିଯୁକ୍ତ ଶ୍ରୀ ମାଝି ଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଟିମ ଙ୍କ ପକ୍ଷରୁ ଅନୁସନ୍ଧାନ ଜାରି କରିଥିବାର ସୂଚନା ମିଳିଛି |
